ବେଙ୍ଗାଲୁରୁ ( ଏଜେନ୍ସି ) : କର୍ଣ୍ଣାଟକରେ କରୋନା ସଂକ୍ରମଣ ତୀବ୍ର ହୋଇଥିବାବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ବୁଧବାର ପର୍ଯ୍ୟନ୍ତ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭,୨୫୩ ରେ ପହଞ୍ଚିଥିବାବେଳେ ୯୨୮ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ବର୍ତମାନ ସୁଦ୍ଧା ରାଜ୍ୟରେ ୨୭,୮୫୩ ସକ୍ରିୟ ମାମଲା ରହିଛି। ଏହି ସ୍ଥିତିରେ କରୋନାରୁ କେବଳ ଭଗବାନ ହିଁ ମଣିଷକୁ ବଞ୍ଚାଇ ପାରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବି.ଶ୍ରୀରାମୁଲୁଙ୍କ ମନ୍ତବ୍ୟକୁ ବିରୋଧୀ କଂଗ୍ରେସ କଠୋର ସମାଲୋଚନା କରିଛି ।