ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହାସର ସହ କରୋନାର ମୁକାବିଲା କରୁଛନ୍ତି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

45

Get real time updates directly on you device, subscribe now.

ଭୁବନେଶ୍ୱର ( ସଂଘର୍ଷ ମିଡିଆ ) :  ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହସର ସହ କରୋନା ମହାମାରୀର ମୁକାବିଲା କରୁଛନ୍ତି। ଓଡିଆ ମାନଙ୍କ ଡିଏନଏରେ ବିପର୍ଯ୍ୟୟ ମୁକାବିଲାର ଶକ୍ତି ଅଛି। ଏପରି କିଛି ମନ୍ତବ୍ୟ ଦେବା ସହ ଫେସବୁକ୍‍ ଲାଇଭ ମାଧ୍ୟମରେ ଅନଲାଇନରେ ସାଧାରଣ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଫେସବୁକ ଲାଇଭ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଲୋକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ବେଳେ କହିଛନ୍ତି ଯେ, ଓଡିଆ ଜାତି ଖ୍ରୀଷ୍ଟପୂର୍ବ ୨୬୧ କଳିଙ୍ଗ ଯୁଦ୍ଧରେ ମଧ୍ୟ ହାରିନଥିଲା। ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର ମଣିଷ ମଡକକୁ ସାମ୍ନା କରି ପୁଣି ଓଡିଶାକୁ ପୁନନିର୍ମାଣ କରିଥିଲା। ୧୯୧୮ ସ୍ପାନିଶ୍‍ ଫ୍ଲୁର ମଧ୍ୟ ଓଡିଶା ସଫଳତାର ସହ ମୁକାବିଲା କରିଥିଲାା ୧୯୪୩ ମସିହା ବେଙ୍ଗଲ ଫେମିନି ହେଉ ଅଥବା ସ୍ୱାଧୀନତୋର ଭାରତର ୧୯୭୧ ମସିହାର ବାତ୍ୟା ଓ ୧୯୯୯ ମସିହାର ମହାବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ଦୁର୍ବିପାକରେ ଓଡିଶା ହାର୍‍ ମାନିନି। ବର୍ଷେ ପୂର୍ବେ ଫଣି ପ୍ରଭାବକୁ ଓଡିଶାବାସୀ ସଫଳତାର ସହ ମୁକାବିଲା କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More