ଆନ୍ଧ୍ରପ୍ରଦେଶ ( ଏଜେନ୍ସି ) : ଆନ୍ଧ୍ରପ୍ରଦେଶର ଆରଆର ଭେଙ୍କଟପୂରମରେ ଥିବା ବିଶାଖା ଏଲଜି ପଲିମର କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣା ନିୟନ୍ତ୍ରଣାଧୀନ ହୋଇଛି। ଯେଉଁ ସ୍ଥାନରୁ ଗ୍ୟାସ୍ ଲିକ୍ ହେଉଥିଲା ସେହି ସ୍ଥାନକୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି। ନୌସେନା, ଏସଡିଆରଏଫ, ଅଗ୍ନିଶମ ଟିମ୍ ଏବଂ ଏନଡିଆରଏଫ ପକ୍ଷରୁ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ୫ହଜାରରୁ ଅଧିକ ଲୋକ ବିଷାକ୍ତ ଗ୍ୟାସ୍ ଦ୍ବାରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ମନ୍ତ୍ରଣାଳୟ ଏବଂ ଏନଡିଏମଏ ସହିତ ଗ୍ୟାସ୍ ଲିକ୍ ସମ୍ପର୍କରେ ଆଲୋଚନା କରିବା ସହିତ ତ୍ଵରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।