ଉପକୂଳ ମୁହାଁ ବାତ୍ୟା ନିସର୍ଗ : ଅପରାହ୍ନରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଘଣ୍ଟାକୁ ୧୩ କି.ମି. ବେଗରେ ଉପକୂଳ ଆଡକୁ ମାଡି ଆସୁଛି ଆରବସାଗରରେ ସୃଷ୍ଟ ବାତ୍ୟା ନିସର୍ଗ । ଭୀଷଣ ବାତ୍ୟାର ରୂପ ନେଇ ଆଜି ଅପରାହ୍ନରେ ମୁମ୍ବାଇର ୯୬ କିଲୋମିଟର ଦକ୍ଷିଣକୁ ଆଲିବାଗ ନିକଟରେ ଲ୍ୟାଣ୍ଡ୍‌ଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଦେଇଛି। ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟର ଉପକୁଳ ଜିଲ୍ଲା ଗୁଡିକରେ ପ୍ରଳ ବର୍ଷା ଆରମ୍ଭ ହଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଦକ୍ଷିଣ ମୁମ୍ବାଇ ଠାରୁ ପ୍ରାୟ ୯୪କିଲୋମଟିର ରେ ଅବସ୍ଥିତ ମହାରାଷ୍ଟ୍ରର ଆଲିବଗ୍ ଠାରେ ନିସର୍ଗ ଲ୍ୟାଣ୍ଡ ଫଲ କରିବ । ଯେଉଁ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବ, ସେହି ସମୟରେ ମୁମ୍ବାଇ ସହ ଥାଣେ, ପାଲଘର ଓ ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର , ଏପରିକି ୧୨୦ କିଲୋମିଟର ବେଗରେ ପବନ ବହିପାରେ। ଏହି ସମୟରେ ସମୁଦ୍ରରେ ୨ ମିଟର ଉଚ୍ଚ ଜୁଆର ଆସିବା ସହ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More