ଉତ୍ତରପ୍ରଦେଶ ( ଏଜେନ୍ସି ) : ଶନିବାର ଭୋର ସମୟରେ ଉତ୍ତରପ୍ରଦେଶ ଔରିୟାରେ ଟ୍ରକ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ପ୍ରବାସୀ ଶ୍ରମିକଙ୍କୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ପ୍ରବାସୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପରେ ମୃତ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାବ୍ୟତୀତ ଆହତଙ୍କୁ ମଧ୍ୟ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆଯିବ ବୋଲି ଯୋଗୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶକୁ ଦେବା ସହ ୨ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ମଧ୍ୟ ଖବର ମିଳିଛି।