ଆସନ୍ତା ୪ ତାରିଖରୁ ଲାଗୁ ହେବକୋଭିଡ-୧୯ ମୁକାବିଲା ପାଇଁ ନୂଆ ନିର୍ଦ୍ଦେଶାବଳୀ

23

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କୋଭିଡ-୧୯ ମୁକାବିଲା ପାଇଁ ନୂଆ ନିର୍ଦ୍ଦେଶାବଳୀ ଆସନ୍ତା ମାସ ୪ ତାରିଖରୁ ଲାଗୁ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି । ଏହି ନିର୍ଦ୍ଦେଶାବଳୀରେ ଅନେକ ଜିଲ୍ଲାରେ କଟକଣା କୋହଳ କରାଯିବାର ସମ୍ଭାବନା ଅଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଏ ସମ୍ବନ୍ଧରେ ଖୁବ୍‍ଶୀଘ୍ର ସୂଚନା ଦିଆଯିବ । ଏକ ସମୀକ୍ଷା ବୈଠକରେ କୋଭିଡ-୧୯ କଟକଣା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । କୋଭିଡ-୧୯ କଟକଣା ଲାଗୁ ଯୋଗୁଁ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଥିବା ଜଣାପଡିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି କଟକଣା ଯୋଗୁଁ ମିଳିଥିବା ସୁଫଳ ଯେପରି ବୃଥା ନଯାଏ ସେଥିପାଇଁ ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ କଟକଣା ସମ୍ବନ୍ଧୀୟ ସମସ୍ତ ନିୟମାବଳୀକୁ ପାଳନ କରାଯିବା ଉଚିତ୍‍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More