ଆସନ୍ତା ଜୁଲାଇ ୧ରୁ ଖୋଲିବ ଦେଶର ସମସ୍ତ ଇଞ୍ଜନିୟରିଂ କଲେଜ

14

Get real time updates directly on you device, subscribe now.

ନୂଆଦିଲ୍ଲୀ 9 ଏଜେନ୍ସି ) : ଆସନ୍ତା ଜୁଲାଇ ୧ ତାରିଖରୁ ସମସ୍ତ ବୈଷୟିକ ମହାବିଦ୍ୟାଳୟ ବା ଇଞ୍ଜନିୟରିଂ କଲେଜ ଖୋଲିବ। ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପେସାଗତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଶନିବାର ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍‌ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ବିଜ୍ଞପ୍ତି ପ୍ରକାଶ କରିଛି। ଛାତ୍ରାଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ ଏଆଇସିଟିଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି। ଏନେଇ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ସବୁ ରାଜ୍ୟର ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛି ଏଆଇସିଟିଇ। ଚଳିତ ବର୍ଷ ବାକି ଥିବା ଶେଷ ବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା କରାଇବାକୁ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଟର୍ମିନାଲ୍‌ ଓ ଇଣ୍ଟର ମିଡିଏଟ୍ ପରୀକ୍ଷାକୁ ଜୁଲାଇ ୧ରୁ ୩୧ ମଧ୍ୟରେ କରାଯିବ। ଅନ୍ୟ ବର୍ଷର ପରୀକ୍ଷା ବାକି ଥିଲେ ସେହି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ୍ ନମ୍ବରକୁ ଧ୍ୟାନରେ ରଖି ଉନ୍ନୀତ କରାଯିବ ବୋଲି ଏଆଇସିଟିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିସହିତ ଏଭଳି ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ବିଦ୍ୟାର୍ଥୀଙ୍କ ପାଇଁ ଅଗଷ୍ଟ ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More