ଆସନ୍ତାକାଲିଠାରୁ ଧର୍ମପୀଠ, ମଲ୍‍, ରେସ୍ତୋରାଁ, ହୋଟେଲ୍‍ ଓ ଅଫିସ୍‍ସବୁ ଖୋଲିବ

15

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦୀର୍ଘ ୨ମାସରୁ ଅଧିକ ସମୟ ଧରି ବନ୍ଦ ରହିବା ପରେ ସୋମବାର ଅର୍ଥାତ ଆସନ୍ତାକାଲିଠାରୁ ଧର୍ମପୀଠ, ମଲ୍‍, ରେସ୍ତୋରାଁ, ହୋଟେଲ୍‍ ଓ ଅଫିସ୍‍ସବୁ ଖୋଲିବ। ଏଥିପାଇଁ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ପ୍ରସ୍ତୁତ ହୋଇଛନ୍ତି। ଅନ୍ୟପକ୍ଷରେ ଏହିସବୁ ସ୍ଥାନଗୁଡ଼ିକୁ ଖୋଲିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗତ ୪ ତାରିଖରେ ନିର୍ଦ୍ଧାରିତ ପରିଚାଳନା ପଦ୍ଧତି (ଏସ୍‍ଓପି)ଜାରି କରିଥିଲେ। ଏହି ମାର୍ଗଦର୍ଶିକା ଅନୁଯାୟୀ ମଲ୍‍, ରେସ୍ତୋରାଁ ଓ ଧାର୍ମିକସ୍ଥଳୀଗୁଡ଼ିକୁ ଯିବାବେଳେ ସମସ୍ତ କର୍ମଚାରୀ, ଶ୍ରମିକ ଓ ଧର୍ମଗୁରୁ ତଥା ପୂଜକମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ। ଏଥିମଧ୍ୟରେ ଅତିକମରେ ୬ ଫୁଟର ଶାରୀରିକ ଦୂରତା ରକ୍ଷାକରିବା ଏବଂ ମୁହଁକୁ ଘୋଡାଇ କରି ରଖିବା ଆଦି ଅନ୍ତର୍ଭୁକ୍ତ। କାଶିବା ଓ ଛିଙ୍କିବା ସମୟରେ ପାଟି ଓ ନାକକୁ ଟିସୁ ଓ କପଡ଼ାରେ ଭଲ ଭାବରେ ଢ଼ାଙ୍କିବା ଏବଂ ବ୍ୟବହୃତ ଟିସୁ ଓ କପଡ଼ାକୁ ଯତ୍ନର ସହ ବାହାରେ ଫିଙ୍ଗିବା ଆଦିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଏହି ମାର୍ଗଦର୍ଶିକାରେ କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More