ଆସନ୍ତାକାଲିଠାରୁ ଦେଶରେ ଗଡ଼ିବ ୨ଶହ ସ୍ଵତନ୍ତ୍ର ଟ୍ରେନ୍

36

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଲକ୍ଡ଼ାଉନ ୫ମ ପର୍ଯ୍ୟାୟ ଆଜିଠାରୁ ଶେଷ ହେଉଛି । ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଅନଲକ୍-୧.୦ । ଏହି କ୍ରମରେ ଆସନ୍ତାକାଲିଠାରୁ ଦେଶରେ ୨୦୦ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନିମନ୍ତେ ଆରମ୍ଭ ହୋଇଛି ବ୍ୟବସ୍ଥା । ଏହି ଟ୍ରେନଗୁଡ଼ିକ ବିଭିନ୍ନ ରାଜ୍ୟରେ ଚଳାଚଳ କରିବ । ଏ ସମ୍ପର୍କରେ ରେଳବାଇ ରବିବାର ସୂଚନା ଦେଇଛି । ରବିବାର ରେଳବାଇ ସୂତ୍ରରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଟ୍ରେନଗୁଡ଼ିକରେ ଜୁନ୍ ୩୦ ତାରିଖ ମଧ୍ୟରେ ପ୍ରାୟ ୨୬ ଲକ୍ଷ ଯାତ୍ରୀ ଯାତ୍ରା କରିବେ। ସେହିପରି କେବଳ ଆସନ୍ତାକାଲି ଅର୍ଥାତ୍ ୧ ଜୁନରେ ୧.୪୫ ଲକ୍ଷରୁ ଅଧିକ ଲୋକ ଟ୍ରେନରେ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳବାଇ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି ଏବଂ ଏ ସମ୍ପର୍କରେ ମାର୍ଗଦର୍ଶିକା ଜାରି କରିଛି । ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇଛି ବା ଆରଏସି ରହିଛି ସେମାନେ ଷ୍ଟେସନ ଭିତରେ ପ୍ରବେଶ କରି ପାରିବେ ଓ ଟ୍ରେନ ଯାତ୍ରା କରି ପାରିବେ । ଏଥିପାଇଁ ଯାତ୍ରୀମାନଙ୍କୁ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ । ଏହା ସହ ସମସ୍ତ ଯାତ୍ରୀଙ୍କର କରୋନା ସ୍କ୍ରିନିଂ ଅନିବାର୍ଯ୍ୟ ଓ ସେହି ଯାତ୍ରୀମାନଙ୍କୁ ଟ୍ରେନରେ ଯିବା ପାଇଁ ଅନୁମତି ମିଳିବ ଯେଉଁମାନଙ୍କର କରୋନା ସଂକ୍ରମଣର ଲକ୍ଷଣ ନ ଥିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More