ନୂଆଦିଲ୍ଲୀ ( ଏଜେନ୍ସି ) : ସୋମବାର ଅର୍ଥାତ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ । ଏଥିଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗତ ୨୦ ତାରିଖରେ କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଚାଲିଥିବା ଲକଡାଉନ୍ ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରିଛନ୍ତି । ଏ ସଂପର୍କରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅରବିନ୍ଦ ସିଂହ କହିଛନ୍ତି ବିମାନ ଚଳାଚଳ ପାଇଁ ଦେଶବ୍ୟାପି ବିମାନ ବନ୍ଦରଗୁଡ଼ିକ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଯାତ୍ରୀମାନେ ଯେପରି ସାମାଜିକ ଦୂରତ୍ୱ ବଜାୟ ରଖି ସୁରୁଖୁରୁରେ ବିମାନ ଯାତ୍ରା କରିପାରିବେ, ସେଥିଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।