ନୂଆଦିଲ୍ଲୀ ( ଏଜେନ୍ସି ) : ଚୀନ ସହିତ ସୀମା ବିବାଦ ମଧ୍ୟରେ ଭାରତ ଆମେରିକାଠାରୁ କ୍ଷେପଣାସ୍ତ୍ର ଏବଂ ଲେଜର ଗାଇଡେଡ୍ ବୋମା କିଣିବାକୁ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ଭାରତ ୪୦୦ କୋଟି ଡଲାର ଖର୍ଚ୍ଚ କରିବ। ଏହି ଅର୍ଥରେ ଆମେରିକା ଭାରତକୁ ୩୦ ସି ଗାର୍ଡିୟନ ପ୍ରଦାନ କରିବ। ଏହା ଭାରତୀୟ ସେନାକୁ ଆହୁରି ମଜଭୁତ କରିବ ବୋଲି କୁହାଯାଉଛି।