ଆନ୍ଧ୍ରପ୍ରଦେଶର ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ମହାମାରୀ କରୋନା ଭାଇରସ

55

Get real time updates directly on you device, subscribe now.

ହାଇଦ୍ରାବାଦ ( ଏଜେନ୍ସି ) : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ମହାମାରୀ କରୋନା ଭାଇରସ । ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ୪ ଜଣ କର୍ମଚାରୀ କରୋନା ଭାଇରସରେ ସଂକ୍ରମିତ ଥିବା ପରୀକ୍ଷଣରୁ ଜଣାପଡିଛି । ଏହା ଜଣାପଡିବା ପରେ ଆନ୍ଧ୍ରପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ସହ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କରୋନା ସଂକ୍ରମିତ ଥିବା ୪ ଜଣଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଷ୍ଟାଫ୍‌ ନର୍ସ ଥିବା କଥା ଆନ୍ଧ୍ରର ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ମୁଖ୍ୟ ସଚିବ କେ. ଏସ୍. ଜବାହର ରେଡ୍ଡୀ ସୂଚନା ଦେଇଛନ୍ତି ।କରୋନା ପଜିଟିଭ ଚିହ୍ନଟ ହୋଇଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ବିଜୟୱାଡ଼ାର ଏକ ଡାକ୍ତରଖାନାକୁ ‌ସ୍ଥାନାନ୍ତର କରାଯାଇଛି । କିନ୍ତୁ ଆକ୍ରାନ୍ତ ୪ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ବେଳେ କିପରି କରୋନା ଆକ୍ରାନ୍ତ ହେଲେ ତାହା ଆନ୍ଧ୍ର ସ୍ବାସ୍ଥ୍ୟଅଧିକାରୀଙ୍କ ଚିନ୍ତା ବଢାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More