ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ମହାବାତ୍ୟା ‘ଅମ୍ପନ’ ଯୋଗୁଁ ରାଜ୍ୟର ୪ଟି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଏସବୁ ଅନୁଧ୍ୟାନ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି। ଅପରାହ୍ଣରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିବା ପରେ ବାୟୁସେନାର ହେଲିକପ୍ଟର ଯୋଗେ ଉପକୂଳ ଜିଲାଗୁଡ଼ିକର ମହାବାତ୍ୟା ଜନିତ କ୍ଷୟକ୍ଷତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ। ପ୍ରଧାନମନ୍ତ୍ରୀଙ୍କ ସହିତ ହେଲିକପ୍ଟରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାତ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଅନୁଧ୍ୟାନ କରି ଫେରିବା ପରେ ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ।