ନୂଆଦିଲ୍ଲୀ ( ଏଜେନ୍ସି ) : ମହାମାରୀ କରୋନା ସଙ୍କଟ ମଧ୍ୟରେ ଆଜି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହା ଦ୍ବିତୀୟ ବୈଠକ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସ ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରଣ ପରେ ଏହା ଦ୍ବିତୀୟ କ୍ୟାବିନେଟ୍ ବୈଠକ । ଆଜି ବସୁଥିବା କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।