ନୂଆଦିଲ୍ଲୀ ( ଏଜେନ୍ସି ) : ଆଗକୁ ମହଙ୍ଗା ହୋଇପାରେ ମୋବାଇଲ୍ ଫୋନ୍ ଦାମ୍ । କେନ୍ଦ୍ର ସରକାର ମୋବାଇଲ୍ ଫୋନ୍ ଡିସ୍ପ୍ଲେ ଓ ଟଚ୍ ପ୍ୟାନେଲ୍ ଉପରେ ୧୦% ଆମଦାନୀ ଶୁଳ୍କ ଲାଗୁ କରିବାଯୋଗୁ ଏଭଳି ଆଶଙ୍କା ଦେଖାଦେଇଛି । ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ଆଇସିଇଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି।