ଆଗକୁ ଦେଶରେ କାରୋନା ସ୍ଥିତି ସାଙ୍ଘାତିକ : ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ ଯେଉଁ ପରିମାଣରେ କରୋନା ସଂକ୍ରମଣ ବୃଦ୍ଧି ପାଇଚାଲିଛି, ତାହା ଜାରି ରହିଲେ ଅଳ୍ପ ଦିନ ମଧ୍ୟରେ ବିସ୍ଫୋରକ ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଦେଶର ଭିନ୍ନଭିନ୍ନ ଅଞ୍ଚଳରେ କରୋନାର ପ୍ରଭାବ ଅଲଗା ଅଲଗା ରହିଛି। ତିନି ମାସ ଧରି ତାଲାବନ୍ଦ ସତ୍ତ୍ବେ କରୋନା ମାଡ଼ିଚାଲିଛି। ଏବେ ତାଲାବନ୍ଦ କୋହଳ କରାଯିବା ଦ୍ବାରା ବିପଦ ବଢ଼ିବାର ଆଶଙ୍କା ସ୍ପଷ୍ଟ ଦେଖାଯାଉଛି। ଭାରତର କରୋନା ସ୍ଥିତି ଉପରକୁ ଉଠି ଏବେ ଷଷ୍ଠ ସ୍ଥାନରେ ପହଞ୍ଚିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଯଦିଓ ସଂକ୍ରମଣର ଶୀର୍ଷ ଛୁଇଁନାହିଁ; ତଥାପି ଇଟାଲୀ, ସ୍ପେନ୍‌, ଜର୍ମାନୀ ଓ ବ୍ରିଟେନ୍‌ ତୁଳନାରେ ସ୍ଥିତି ଅଧିକ ଚିନ୍ତାଜନକ ରହିଛି। ଏଭଳି ମତ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ବିଶେଷଜ୍ଞ ମାଇକେଲ ରିଆନ୍‌। ସଂପ୍ରତି ସଂକ୍ରମଣ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ବ୍ୟାପିବା ଆରମ୍ଭ କରିଥିବାରୁ ଆଗକୁ ଅଧିକ ବିପଦ ରହିଥିବା ସେ ଚେତାଇ ଦେଇଛନ୍ତି। କେବଳ ଭାରତ ନୁହେଁ; ସମଗ୍ର ଦକ୍ଷିଣ ଏସିଆ ଅଞ୍ଚଳରେ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା ସେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More