ନୂଆଦିଲ୍ଲୀ (ଏଜେନ୍ସି) : ନକଲି କମ୍ପାନୀ ବା ଖରାପ ଗୁଣବତ୍ତା ବିଶିଷ୍ଟ ହେଲମେଟକୁ ନେଇ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ବିଆଇଏସ୍ ରାଜ୍ୟ ଓ ଜିଲାଧିକାରୀଙ୍କୁ ଚିଠି ଲେଖିଛନ୍ତି । ବିଆଇଏସ୍ ଏହାର ନିୟନ୍ତ୍ରଣ ଓ ଉତ୍ପାଦନ ଉପରେ ରୋକ ଲଗାଇବାକୁ ନେଇ ଅଭିଯାନ ଚଳାଇବାକୁ କହିଛି । ସୂଚନାଯୋଗ୍ୟ ୧୬୨ ଉତ୍ପାଦକଙ୍କ ଲାଇସେନ୍ସ ରଦ୍ଦ ହୋଇସାରିଛି କିମ୍ବା ସେମାନଙ୍କ ବୈଧତା ସମାପ୍ତ ହୋଇସାରିଛି । ଏହି ଉତ୍ପାଦକ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ ରାଜ୍ୟରେ ରହିଛି ।