ଅପ୍ରିଲ ୨୧ରେ ଲୋକସଭା ବାଚସ୍ପତିଙ୍କ ଭିଡିଓ କନ୍‌ଫରେନ୍‌ସିଂ

58

Get real time updates directly on you device, subscribe now.

ଭୁବନେଶ୍ବର ( agency ) : ଲୋକସଭା ବାଚସ୍ପତି ଓମ୍‌.ବିର୍ଲା ଅପ୍ରିଲ ୨୧ ତାରିଖ ପୂର୍ବାହ୍ନ ୧୧ଟାବେଳେ ଦେଶର ସମସ୍ତ ରାଜ୍ୟର ବାଚସ୍ପତିମାନଙ୍କ ସହିତ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆଲୋଚନା କରିବେ। ଏହି ଆଲୋଚନାରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଂଶଗ୍ରହଣ କରିବେ। ସଚିବାଳୟ ମାର୍ଗସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌ଆଇସି)ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଭିଡ଼ିଓ କନ୍‌ଫରେନ୍‌ସିଂରେ ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦେଶକ ସରିତା ସାହୁ ଓ ନୋଡାଲ୍‌ ଅଫିସର ତଥା ବିାନ ସଭାର ଯୁଗ୍ମସଚିବ ସରୋଜ କୁମାର ମହାନ୍ତି ଉପସ୍ଥିତ ରହିବେ। ଏହି ମର୍ମରେ ଲୋକସଭାସ୍ଥିତ ରାଜ୍ୟଗୋଷ୍ଠି ସମ୍ପ୍ରଦାୟ ସଂଘ ପ୍ରକୋଷ୍ଠରୁ ନିର୍ଦେଶନାମା ଆସିଛି ବୋଲି ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More