ଅଜଣା ଭୂତାଣୁରେ ହଜାର ହଜାର ଘୁଷୁରୀଙ୍କ ମୃତ୍ୟୁ

43

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ସାରା ଦେଶ ଏବେ କରୋନା ମହାମାରୀକୁ କିଭଳି ପ୍ରତିହତ କରାଯିବ ସେଥିପାଇଁ ଯୋଜନା ଚାଲିଛି। କରୋନା ଭୂତାଣୁ ଚିହ୍ନଟ ଓ ଏଥିପାଇଁ ଚିକିତ୍ସା ଯୋଗାଇ ଦେବା ସରକାରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ତେବେ ଏକ ରହସ୍ୟମୟ ତଥା ଅଜଣା ଭୂତାଣୁ ଆସାମ ସରକାରଙ୍କ ନିଦ ହଜାଇ ଦେଇଛି । ଏହି ରହସ୍ୟମୟୀ ଭୂତାଣୁ ସଂକ୍ରମଣରେ ହଜାର ହଜାର ଘୁଷୁରୀଙ୍କ ମୃତ୍ୟୁ ହୋଇଛି । ଆସାମର ୬ ଜିଲା ଏହି ରହସ୍ୟମୟୀ ଭୂତାଣୁ କବଳରେ ରହିଛି । ଶନିବାର  ଘୁଷୁରୀ ମାଂସ କିଣିବାକୁ ରାଜ୍ୟ ସରକାର ନିଷେଧ ଘୋଷଣା କରିଛନ୍ତି । କୃଷିମନ୍ତ୍ରୀ ଅତୁଲ ବୋରା କହିଛନ୍ତି ଯେ ଆସାମରେ ଘୁଷୁରୀ ଓ ମାଂସ କିଣିବା ନେଇ ନିଷିଦ୍ଧ କରାଯାଇଛି। ଘୁଷୁରୀମାନେ ଅଜଣା ଭୂତାଣୁ ସଂକ୍ରମଣ ଦ୍ବାରା ମରିବା ସୂଚନା ମିଳିବା ପରେ ପ୍ରଭାବିତ ଅଞ୍ଚଳକୁ ଏକ ଡାକ୍ତରୀ ଦଳ ପଠାଯାଇଛି ଓ ମୃତ ଘୁଷୁରୀଙ୍କ ନମୁନା ସଂଗ୍ରହ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More