ନୂଆଦିଲ୍ଲୀ ( ଏଜେନ୍ସି ) ; ଭାରତୀୟ ରେଲ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍-ଆଇଆରସିଟିସି ଅକ୍ଟୋବର ୧୭ରୁ ଲକ୍ଷ୍ନୌ-ନୂଆଦିଲ୍ଲୀ ଏବଂ ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଘରୋଇ ତେଜସ୍ ଏକ୍ସପ୍ରେସ ସେବା ଆରମ୍ଭ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ନିରାପଦ ଦୂରତା ନିୟମ ଅନୁସରଣ କରି ଦୁଇଟି ସିଟ୍ ମଧ୍ୟରେ ଗୋଟିଏ ସିଟ୍ ଖାଲି ରହିବ।