କଟକ (ସଂଘର୍ଷ ମିଡିଆ) : – କଟକ ଶିଖରପୁର ଓଭରବ୍ରିଜ ଉପରୁ ଏକ ଏଚ.ପି ଗ୍ୟାସ ବୋଜେଇ ଟ୍ରକ ଭାରସାମ୍ଯ ହରାଇ ଓଲଟି ପଡିଛି। ଜଟଣୀ ରୁ କେନ୍ଦ୍ରାପଡାର ଇନ୍ଦୁପୁର ଯାଉଥିବା ସିଲିଣ୍ଡର ବୋଝେଇ ଟ୍ରକ ଡାଇଭର୍ସନ ରେ ବିପଦଜନକ ଅବସ୍ଥାରେ ଥିବା ଖାଲକୁ ଜାଣି ନ ପାରି ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ। ପରେ ଭାରସାମ୍ଯ ହରାଇ ଗାଡିଟି ଓଲଟି ପଡିଥିଲା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ଓ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚିଥିଲେ। ଜଟଣୀରୁ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ କର୍ମଚାରୀ ଆସି ଗାଡି ଉଠାଇ ସିଲିଣ୍ଡର କାଢିବେ ବୋଲି ଏଚ ସି ଗ୍ୟାସ ସୁପର ଭାଇଜର ସନ୍ତୋଷ ସାହୁ ସୂଚନା ଦେଇଛନ୍ତି । କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍