ଲୁକାପଡ଼ା ଛକରେ ବାଇକ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ

33

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଯୁବକ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ମତେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନୁଜ ମଲ୍ଲିକ (୨୩)କରଞ୍ଜକଟା କୁ କୌଣସି କାମରେ ଆସି ନିଜ ଗ୍ରାମକୁ ଫେରୁଥିବା ସମୟରେ ଗୁରୁବାର ଦିନ ସାଢ଼େ ୧ ସମୟରେ ଲୁକାପଡ଼ା ଛକ ଠାରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଥିଲେ। ଏଥିରେ ସାନୁଜ ଗୁରୁତର ହୋଇଥିଲେ ।ଖବର ପାଇ ଚାରିଛକ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ସେଠି ଡାକ୍ତର ସାନୁଜକୁ ମୃତ ଘୋଷଣା କରିଥିଲେ ।ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ସବ ଜବତ କରିବା ସହ ତଦନ୍ତ କରୁଥିବା ସୂଚନା ମିଳିଛି ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More