ସମ୍ବଲପୁର (ସଂଘର୍ଷ ମିଡିଆ ) : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଗୁରୁପାଲି ଠାରେ ଆଜି ସକାଲ ୧୦ ଟା ସମୟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଘଟଣା ସ୍ଥଳରେ ଶୋଚନୀୟ ଭାବେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ପୁଳିସ ସୁତ୍ରରୁ ଜଣାପଡିଛି। ସୂଚନା ଅନୁଯାୟୀ ସମ୍ବଲପୁର – ଧନକଉଡାର ମନୋରଞ୍ଜନ ପ୍ରଧାନ(ଟିଙ୍କୁ) (୨୮) ମିତେଶ ନାଏକ(୨୪)ଲେଲିନ୍ ସ୍ୱାଇଁ (୨୭) ଓଡି ୧୫ଏଫ୍-୭୧୯୨କାରରେ ଝାରସୁଗୁଡା ପଟରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଗୁରୁପାଲି ନିକଟରେ କାର୍ର ଆଗ ଚକ ଫାଟି ଯାଇଥିଲା। ଫଳରେ ଚାଳକ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ କାର୍ କିଛି ଦୂରରେ ଛିଡା ହୋଇଥିବା ଏକ ଟ୍ରକ୍ ରେ ଜୋର୍ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା। ଦୁର୍ଘଟଣାରେ ମନୋରଞ୍ଜନ ପ୍ରଧାନ ଓରଫ୍ ଟିଙ୍କୁର ମୁଣ୍ଡରେ ଗଭୀର ଅଘାତ ଲାଗିବାରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।