ଭଦ୍ରକ (ସଂଘର୍ଷ ମିଡିଆ ) : : ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ପାଳଦା ବାଙ୍କ ନିକଟରେ ଦିବା ୨ ଘଟିକା ସମୟରେ ଏକ ପାଇପି ବୋଝେଇ ବାର ଚକିଆ ଆନ୍ଧ୍ର ଟ୍ରକ ଗାଡ଼ି ନଂ AP-04 TU-2437 ବାଲେଶ୍ବର ପଟୁ କଟକ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଭଣ୍ଡାରି ପୋଖରୀ ପାଳଦା ବାଙ୍କ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଗାଡ଼ିଟି ଓଲଟି ପଡିବାରୁ ଵୋଝେଇ ହୋଇଥିବା ପାଇପ ଗୁଡ଼ିକ ଗାଡ଼ି ଚାଳକ ଓ ହେଲପରଙ୍କ ଉପରେ ଲଦି ହୋଇ ପଡ଼ିବାରୁ ଗାଡ଼ି ଭିତରୁ ବାହାରି ନପାରି ମୃତ୍ୟୁ ଘଟି ଥିଲା। ଭଣ୍ଡାରି ପୋଖରୀ ଥାନା ପକ୍ଷରୁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଗାଡ଼ି ନିକଟରେ ପହଞ୍ଚି ଭଣ୍ଡାରି ପୋଖରୀ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର ଅଧିକାରୀ ରମାକାନ୍ତ ମଲ୍ଲିକ ଓ କର୍ମଚାରୀ ମାନେ ପହଞ୍ଚି ଜେସିବି ଓ ଗ୍ୟାସ କଟର ସହାୟତାରେ ଶବ ଦୁଇଟିକୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇ ତଦନ୍ତ ଜାରି ରହିଛି। ଚାଳକ ଓ ହେଲପରଙ୍କ ନାମ ଠିକଣା ଜଣାପଡିନାହିଁ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ । ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।