ବଜ୍ରାଘାତରେ ୧ମୃତ,୧ ଗୁରୁତର ଆହତ

49

Get real time updates directly on you device, subscribe now.

ଆଳି(ସଂଘର୍ଷ ମିଡିଆ ) : ଜନ୍ମ ଥିଲେ ମୃତ୍ୟୁ ସୁନିଶ୍ଚିତ ଅଛି । ହେଲେ ମୃତ୍ୟୁ ଯେ କେତେବେଳେ କାହା ପାଖକୁ ଆସିଥାଏ ଏ କଥା କହିବା ଅସମ୍ଭବ । ସେହିଭଳି ଗାଁ ଚାଷଜମିକୁ ପାଣି ମଢେଇବା ପାଇଁ ଯାଇ ଆଉ ଘରକୁ ଫେରି ପାରିଲେନି ଦୁଇ ଯୁବକ। ଅକାଳରେ ଝଡ଼ିଗଲା ଜଣକ ଜୀବନ , ଆଉ ଜଣେ ଗୁରୁତର ହୋଇ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବାଳକଟି ପଞ୍ଚାୟତ ଚୂନବନ୍ଧ ଗ୍ରାମର ମଣିରାମ ବେହାରାଙ୍କ ପୁଅ ଭରତ ବେହେରା ବୟସ (୩୪) ଓ ସେହି ଗ୍ରାମର ପଞ୍ଚାନନ ମଲ୍ଲିକଙ୍କ ପୁଅ ପର୍ଶୁରାମ ମଲ୍ଲିକ ବୟସ (୪୦) ଦିନ ୪ଟା ସମୟରେ ଗ୍ରାମ ନିକଟରେ ଥିବା ଚାଷଜମି ଫସଲରେ ପାଣି ମଢେଇବା ସମୟରେ କେଉଁଠି ଲୁଚି ବସିଥିଲା ଅଦିନ ବଜ୍ରବାଣ ନିମିଷକ ଭିତରେ ନେଇଗଲା ରୋଜଗାରିଆ ଜୁବକ ଭରତ ବେହେରାଙ୍କ ଜୀବନ।ଅନ୍ୟ ଏକ ଜୁବକ ପର୍ଶୁରାମ ମଲିକ ଗୁରୁତର ଅବସ୍ଥାରେ ପ୍ରଥମେ ଆଳି ସ୍ଵାସ୍ଥ୍ୟ କେନ୍ଦ୍ର ପରେ କେନ୍ଦ୍ରାପଡ଼ା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ବଜ୍ରାଘାତ ରେ ଭରତ ବେହେରା ପ୍ରାଣ ହରାଇଥିବା ନେଇ ଆଳି ଡାକ୍ତର ସୌରଭ ଶତପଥୀ ସୂଚନା ଦେଇଥିବା ବେଳେ ଗୁରୁତର ଥିବା ପର୍ଶୁରାମ ମଲ୍ଲିକଙ୍କୁ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ଚିକିତ୍ସା କେନ୍ଦ୍ର କେନ୍ଦ୍ରାପଡାକୁ ପଠାଇଦେଇଛନ୍ତି । ଏହିପରି ମୃତ୍ୟୁର ଖବର ପ୍ରଘଟ ହେବା ପରେ ସେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
(ଆଳିରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More