ନରସିଂହପୁର(ସଂଘର୍ଷ ମିଡିଆ ) : ଅନୁଗୋଳ ସ୍ଥିତ ଭୂଷଣ କମ୍ପାନୀରୁ ଅକ୍ସୀଜେନ ଧରି ଆନ୍ଧ୍ର ପ୍ରଦେଶ ଯାଉଥିବା ଏକ ଟ୍ୟାଙ୍କର ହିନ୍ଦୋଳ ନରସିଂହପୁର ସୀମାନ୍ତ ବୁଢାବୁଢ଼ୀ ଘାଟିରେ ଦୁର୍ଘଟଣା ଘଟି ଦୀର୍ଘ ୩୧ଘଣ୍ଟା ଅଟକିବା ପରେ ଗନ୍ତବ୍ୟ ସ୍ଥାନକୁ ଯିବାରେ ସକ୍ଷମ ହୋଇଛି । ଗତ ୭ତାରିଖ ରାତି ୨ଟାରେ ଅନୁଗୋଳ ଭୂଷଣ ଷ୍ଟିଲ କମ୍ପାନୀରୁ ଦୁଇଟି ଟ୍ୟାଙ୍କର ଅକ୍ସୀଜେନ ଲୋଡ଼ କରି ଆନ୍ଧ୍ର ପ୍ରଦେଶକୁ ବାହାରିଥିଲା ।ଦୁଇଟି ଯାକ ଗାଡି ଆନ୍ଧ୍ରରୁ ଭାୟା କଟକ ଦେଇ ଅନୁଗୋଳ କୁ ଆସିଥିବା ବେଳେ ଫେରିଲା ବେଳକୁ ଡ୍ରାଇଭର ଗାଡିର ଜି ପି ଏସ ସିଷ୍ଟମ ଦ୍ଵାରା ହିନ୍ଦୋଳ ରୁ ନରସିଂହପୁର ଭାୟା ନୟାଗଡ଼ ଦେଇ ଆନ୍ଧ୍ର ପ୍ରଦେଶ କୁ ଯିବା ପାଇଁ ରାସ୍ତା ଥିବା ଜାଣି ହିନ୍ଦୋଳ ରାସ୍ତାରେ ଆସୁଥିଲେ ।ଆଗରେ ଆସୁଥିବା ଟ୍ୟାଙ୍କର ଟି ଘାଟି ପାର ହୋଇ ଆସିଥିବା ବେଳେ ପଛରେ ଆସୁଥିବାଏ, ପି,୩୧ଟି ବି ୦୩୩୩ ନମ୍ବର ଗାଡି ହିନ୍ଦୋଳ ପଟୁ ତିନି ନମ୍ବର୍ ଘାଟି ଉଠୁଥିବା ଦେଖି ଡ୍ରାଇଭର ଭୁଲ ରାସ୍ତାରେ ଆସୁଥିବା ଭାବି ହଡ଼ ବଡେଇ ଯାଇଥିଲା । ଗାଡିଟିକୁ ବ୍ରେକ ଦେଇ ଘାଟି ରାସ୍ତାରେ ପଛକୁ ବୁଲାଇବାକୁ ଚେଷ୍ଟା କରିବା ବେଳେ ରାସ୍ତା କଡରେ ଥିବା ପାଚେରୀ ରେ ଗାଡିଟି ଧକା ହୋଇଥିଲା । ଫଳରେ ଡ୍ରାଇଭର ବୁଦ୍ଧି ପ୍ରୟୋଗ କରି ଗାଡିଟିକୁ ହିନ୍ଦୋଳ ଆଡକୁ ବୁଲାଇ ଦେଇଥିଲା ଓ ନରସିଂହପୁର ଥାନାକୁ ଖବର ଦିଆଯାଇଥିଲା ।ଥାନା ଅଧିକାରୀ ରାତ୍ରିରେ ଜଗିବା ପାଇଁ ପୋଲିସ ପଠାଇ ଥିଲେ ।କିନ୍ତୁ ଗାଡିର ଗିଅର କାମ କରିନଥିଲା ଓ ରେଡିୱାଟର ଓ ପମ୍ପ ଫାଟି ଯାଇଥିଲା।ଡ୍ରାଇଭର ଘାଟି ରାସ୍ତା କଡରେ ଗାଡିଟିକୁ ରଖି ମାଲିକଙ୍କୁ ଖବର ଦେଇଥିଲା ।ଦୀର୍ଘ ୩୧ଘଣ୍ଟା ଅକ୍ସୀଜେନ ଭର୍ତି ଟ୍ୟାଙ୍କର ଟି ଅଟକି ରହିବା ପରେ କମ୍ପାନୀରୁ ମେକାନିକ ଆସି ଗାଡିଟିକୁ ସଜାଡ଼ିବା ପରେ ଅକ୍ସୀଜେନ ଭର୍ତି ଟ୍ୟାଙ୍କର ଆନ୍ଧ କୁ ଯାଇଥିଲା । ଓ ଗ୍ୟାସ ଲୋଡ଼ ପାଇଁ ଆସିଥିବା ଗାଡିଟି ମଧ୍ଯ ଫେରିଜା ଇ ଥିଲା ।ମାତ୍ର ଏହା ଏକ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଥିବାରୁ ଭଗବାନଙ୍କ ସମେତ ନରସିଂହପୁର ପୋଲିସ ଏବଂ ଭୂଷଣ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଡ୍ରାଇଭର କୃଷ୍ଣ ରେଡି ଧନ୍ୟବାଦ ଦେଇଥିଲା ।