ଟ୍ରେଲର ଚାଳକଙ୍କ ଅସାବଧାନତାରୁ ସିରିଜ ଦୁର୍ଘଟଣା, ଚାଳକ ଗିରଫ

46

Get real time updates directly on you device, subscribe now.

ରାଜଗାଙ୍ଗପୁର(ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଥାନା ଅଧିନସ୍ଥ କଂଶବାହାଲ ଥାନା ଅନ୍ତର୍ଗତ ବରପାଲି ରାସ୍ତାରେ ଏକ ଟ୍ରେଲର ପ୍ରଥମେ ଏକ କାର ଓ କିଛି ଦୂର ଯାଇ ମଟର ସାଇକେଲକୁ ଧକ୍କା ଦେଇଥିଲା । କାରରେ ଥିବା ପରିବାର ଗୁରତର ହେଇ ଥିବା ବେଳେ ମଟର ସାଇକେଲ ଚାଳକ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ରାଜଗାଙ୍ଗପୁର ପୋଲିସ ଓ କଂସବାହାଲ ଫାଣ୍ଡି ଖବର ପାଇ ଚାଳକ ବିବେକ ପାଣ୍ଡେକୁ ବରପାଲି ରାସ୍ତାରେ ଅଟକ କରି ଗୁରତର ପରିବାରକୁ ଚିକତ୍ସାଲୟକୁ ପଠେଇ ଥିଲେ । ଚାଳକ ବିହାର, ମୋତିହାରୀ ପାହାର ପୁରର ଅଟେ । ସେ କୁଆଁର ମୁଣ୍ଡାରେ ବୋଝଇ ସାମଗ୍ରୀ ନେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More