ଟ୍ରକକୁ ଧକ୍କା ଦେଲା ପିକ-ଅପ ଭ୍ୟାନ, ଡ୍ରାଇଭର ଆହତ

121

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ନିକଟରେ ଶୁକ୍ରବାର ଭୋର ସମୟରେ ଟ୍ରକ ସହ ପିକ-ଅପ ଦୁର୍ଘଟଣା ଘଟି ଡ୍ରାଇଭର ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଶୁକ୍ରବାର ଭୋର ୩ ଘ. ସମୟରେ ଡାବୁଗାଁ-ଉମରକୋଟ ରାଜ୍ୟରାଜପଥ -୩୯ ଉପରେ ଡାବୁଗାଁ ଥାନା ଠାରୁ ୫୦୦ ମିଟର ଦୂରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରୁ ଟ୍ରକ ନଂ ଓଆର ୦୮ ଇ ୪୮୩୭ ରେ ସାର ବୋଝେଇ କରି ଉମରକୋଟ ଅଭିମୁଖେ ଯାଉଥିଲା | ଟ୍ରକଟିର ଇଞ୍ଜିନ ଖରାପ ହେବାରୁ ଟ୍ରକଟି ରାସ୍ତା କଡରେ ଛିଡା ହୋଇ ରହିଥିଲା | ସେହି ସମୟରେ କଳାହାଣ୍ଡି ଜିଲ୍ଲା ଭାବନିପାଟଣା ଠାରୁ କୋରିୟର ସର୍ଭିସର ପିକ-ଅପ ଗାଡି ନଂ ଓଡ଼ି ୦୨ ସିବି ୫୩୫୦ ପଛପଟୁ ଆସି ଟ୍ରକ ଟିକୁ ଧକ୍କା ଦେଇଥିଲା | ଧକ୍କା ହେବା ଫଳରେ ପିକ-ଅପ ଡ୍ରାଇଭର ଆହତ ହୋଇଛନ୍ତି | ଡାବୁଗାଁ ଥାନାରେ ରାତିରେ ଡିୟୁଟି ରେ ଥିବା ଏଏସଆଇ ଗୋପାଳକୃଷ୍ଣ ହାଲୱା ଓ କନେଷ୍ଟବଲ ତ୍ରିନାଥ ନାୟକ ଜୋରରେ ଏକ ଶବ୍ଦ ଶୁଣିଥିଲେ | ଶବ୍ଦ ଶୁଣି ରାସ୍ତାକୁ ଆସି ଦେଖିଥିଲେ ଯେ ଦୁର୍ଘଟଣା ଘଟିଛି | ସଙ୍ଗେ ସଙ୍ଗେ ପିକ-ଅପ ଗାଡିରୁ ଡ୍ରାଇଭରକୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଡ୍ରାଇଭର ଜଣଙ୍କ ହେଲେ କଳାହାଣ୍ଡି ଜିଲ୍ଲା ଭାବନିପାଟଣା ଥାନା ଅଧୀନ ସୁଜନପୁର ଗ୍ରାମର ଜବାଲହାଲ ପ୍ରଧାନ (୪୫) ବୋଲି ଜଣାପଡିଛି | ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More