ଜଟାବାଲ ପେଟ୍ରୋଲ ପମ୍ପ ନିକଟରେ ରାସ୍ତାପାର ପଥଚାରୀଙ୍କୁ ଧକ୍କା ଦେଲା ବାଇକ ,୩ ଗୁରୁତର

27

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଜଟାବାଲ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ପାର ହେଉଥୁବା ୨ ଜଣ ପଥଚାରିଙ୍କୁ ଏକ ବାଇକ ଧକ୍କା ଦେବା ଯୋଗୁଁ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଅଛି | ସୂଚନା ମୁତାବକ ବାମିନି ଗ୍ରାମର ଚଇତି ଭତରା ଓ ଚିତାମଣି ଭତରା’ ରାସ୍ତା ପାର ହେବା ସମୟରେ ତାଙ୍କୁ ଡମ୍ବରୁ ଭତରା ଓ ମନୋଜ ଭତରାଙ୍କ ବାଇକ ନମ୍ବର OD 24 F 6129ଧକ୍କା ଦେଇଥିଲା | ଡମ୍ବରୁ ସହ ଚଇତି ଓ ଚିତାମଣି ଗୁରୁତର ହୋଇଥିଲେ | ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More