କୋଏଲ ନଦୀରେ ନଦୀରେ ବୁଡ଼ି ଦୁଇ ଛାତ୍ର ବୁଡ଼ିବା ଘଟଣା, ଦୁଇ ମୃତଦେହ ଉଦ୍ଧାର

127

Get real time updates directly on you device, subscribe now.

ରାଉରକେଲାସଂଘର୍ଷ ମିଡିଆ) : – ସୋମବାର ବନ୍ଧମୁଣ୍ଡା ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନରୁ ଆଠଜଣ ଛାତ୍ର କୋଏଲ ନଦୀର ମିଟକୁନ୍ଦୁରୀ-କେରେକେଟ୍ଟା ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ଆଠଜଣଙ୍କ ମଧ୍ୟରୁ ୪ଜଣ ନଦୀ ମଧ୍ୟକୁ ଗାଧୋଇବାକୁ ପସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବୁଡ଼ିଯାଉଥିବା ଦେଖି ନିତେଶ ମାହାତୋ ତାଙ୍କୁ ବଞ୍ଚାଇବାକୁ ନଦୀ ମଧ୍ୟକୁ ପଶିଥିଲେ। ଏହାପରେ ନିତେଶ ବୁଡ଼ିଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଝିରପାଣି ଥାନା ପୋଲିସର ସବ୍‌ଇନ୍ସପେକ୍ଟର ଏମ ସି ପ୍ରଧାନଙ୍କ ନେତୃତ୍ୱରେ ଏକ ଦଳ ନଦୀ କୁଳରେ ପହଞ୍ଚିଥିଲେ। ବିଳମ୍ବିତ ଅପରାହ୍ଣ ହୋଇଯାଇଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବୁଡ଼ିଯାଇଥିବା ନିତେଶ ଓ ନିଖୋଜ ଅନିକେତକୁ ଖୋଜିବା ବ୍ୟବସ୍ଥାରେ ନିତେଶଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଥିଲା। ରାତ୍ରି ହୋଇଯିବାରୁ ପାଣିରେ ଖୋଜିବା ସମ୍ଭବ ନଥିଲା ହେଲେ ଆଜି ଭୋର ସମୟରେ ଅଗ୍ନିଶମ ବିଭାଗ ତରଫରୁ ନଦୀରେ ଖୋଜା ଖୋଜି ଆରମ୍ଭ ହୋଇଥିଲା ।
ସୂଚନା ଅନୁସାରେ ଆଜି ମଙ୍ଗଳବାର ନଅଟା ତିରିଶ ପାଖାପାଖି ଅନିକେଟ ବୋଦ୍ରା ର ମୃତ ଶରୀର ନଦିଭିତରେ ପାଇଥିଲେ ଅଗ୍ନିଶମ ବିଭାଗ ।ସଙ୍ଗେ ସଙ୍ଗେ ମୃତ ଶରୀରକୁ CWS ହସ୍ପିଟାଲ ଅଣାଯାଇ ଆଗକୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ବିଶ୍ରା ପୋଲିସ । ରାଉରକେଲାରୁ ପିଣ୍ଟୁ ମିଶ୍ରଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More