ଅଜଣା ଗାଡି ଧକ୍କାରେ ନାବାଳକ ମୃତ

91

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ବୁଟିଆଗୁଡା ଗ୍ରାମରେ ଅଜଣା ଗାଡି ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ବୁଟିଆଗୁଡା ଗ୍ରାମର ବିଶୁ ଭତରାଙ୍କ ପୁଅ ଗୁରୁବାରୁ ଭତରା (୧୭) ରବିବାର ରାତ୍ରି ପ୍ରାୟ ୮ ଘ. ସମୟରେ ଡାବୁଗାଁ-ମେଦନା ମୁଖ୍ୟ ରାସ୍ତାରେ ମୋବାଇଲ ଦେଖି ଦେଖି ରାସ୍ତାରେ ଚାଲୁଥିଲେ | ସେହି ସମୟରେ ପଛପଟୁ ଏକ ଅଜଣା ଗାଡି ଆସି ତାଙ୍କୁ ଧକ୍କା ଦେଇ ସେଠାରୁ ଚାଲି ଯାଇଥିଲା | ଗାଡି ଧକ୍କା ହେବାରୁ ଗୁରୁବାରୁ ଚିତ୍କାର କରିଥିଲେ | ପାଟି ଶୁଣି ଛକରେ ଥିବା ଅନ୍ୟ ପିଲା ମାନେ ସେଠାରେ ପହଞ୍ଚି ଦେଖିଥିଲେ ଯେ ଗୁରୁବାରୁ ଆହତ ହୋଇ ପଡିଛି | ସଙ୍ଗେ ସଙ୍ଗେ ଗ୍ରାମରେ ଖବର ଦେବା ସହ ଆହତ କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତ୍ରିରେ ନାବାଳକର ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର ଭାଇ ଯୋଗେଶ ଭତରା ସୋମବାର ସକାଳେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୬୭/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More