୧୪ ଦିନ କ୍ୱାରେଣ୍ଟାଇନ ପରେ ମଧ୍ୟ ନମୁନା କାରୋନା ପଜିଟିଭ

32

Get real time updates directly on you device, subscribe now.

ଭବାନୀପାଟଣା ( ସଂଘର୍ଷ ମିଡିଆ ) : କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି। ପୁଣି ଘରେ ହୋମ କ୍ୱାରେଣ୍ଟାଇନରେ ରଖାଯାଉଛି। ତେବେ ଏହା ପରେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ସମସ୍ତଙ୍କୁ ବିସ୍ମିତ କରିଛି। ଆଉ ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ। ବ୍ଲକର ବାଗପୁର ପଞ୍ଚାୟତର ପିପିଲ ପଦର ଗାଁର ଜଣେ ଯୁବକ ତେଲେଙ୍ଗାନାରୁ ଫେରି ଧର୍ମଗଡ଼ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାତ ଦିନିଆ କ୍ୱାରେଣ୍ଟାଇନରେ ରହିବା ପରେ ନିଜ ଗାଁ ପିପିଲ ପଦରକୁ ଆସି ପୁଣି ସାତ ଦିନିଆ ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ତେବେ ଏବେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଛି।  ପରେ ତାଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଅସ୍ଥାୟୀ କ୍ୱାରେଣ୍ଟାଇନ କେନ୍ଦ୍ରରେ କାହିଁକି ନମୁନା ପରୀକ୍ଷା କରାଯାଉନାହିଁ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More