ଭୁବନେଶ୍ବରେ(ସଂଘର୍ଷ ମିଡିଆ ) : ରାଜ୍ୟରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୭୧ଟି ମାମଲା ରୁଜୁ ହୋଇଥିବାବେଳେ ୨୬୯ଜଣଙ୍କୁ ଗିରଫ କରାଯାଇଛି ଏବଂ ୮୩୦୦ ଗାଡ଼ି ଜବତ ହୋଇଛି। ସେହିପରି କୋଭିଡ ନିୟମ ଉଲ୍ଲଙ୍ଘନକାରୀ ଅମାନିଆଙ୍କଠାରୁ ୨କୋଟି ୮୦ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ଆଜି ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।