ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୯୯୩କୁ ବୃଦ୍ଧି

51

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ସୋମବାର ରାଜ୍ୟରୁ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୯୯୩ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୯୯ ଜଣଙ୍କ ମଧ୍ୟରୁ ଯାଜପୁରରୁ ୧୬ ଜଣ, ଖୋର୍ଦ୍ଧାରୁ ୧୩ ଜଣ, କେନ୍ଦ୍ରାପଡାରୁ ୧୧ ଜଣ ଓ ଗଞ୍ଜାମରୁ ୯ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଦେବଗଡରୁ ୮ ଜଣ, କଟକ ଓ ଜଗତସିଂହପୁରରୁ ୭ ଜଣେ ଲେଖାଏଁ, ବାଲେଶ୍ବର, ବରଗଡ ଓ ବଲାଙ୍ଗୀରରୁ ୬ ଜଣ ​ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦୁଝରରୁ ୪ ଜଣ ଏବଂ ନୟାଗଡରୁ  ୩ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More