ରାଜ୍ୟରେ ଆଉ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟ ୧୮୯୪କୁ ବୃଦ୍ଧି

12

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଆଜି ଆଉ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟ ୧୮୯୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦଆଯାଇଛି। ଆଜି ସୁସ୍ଥ ହୋଇଥିବା ୧୭୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୯, ଗଜପତିରୁ ୨୩, ନୂଆପଡାରୁ ୨୨ ଓ ଭଦ୍ରକରୁ  ୧୭ଜଣ ଅଛନ୍ତି। ସେହିପରି ନୟାଗଡରୁ ୧୫, ଗଞ୍ଜାମରୁ ୧୪, କେନ୍ଦ୍ରାପଡାରୁ ୧୦, ଢେଙ୍କାନଳ ଓ କଳାହାଣ୍ଡିରୁ ୯ ଜଣ ଲେଖାଏଁ, ସୁନ୍ଦରଗଡରୁ ୬ଜଣ ଏବଂ ବାଲେଶ୍ବରରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ପକ୍ଷରେ କଟକ, ବଲାଙ୍ଗୀର ଓ ମାଲକାନଗିରି ଜିଲ୍ଲାରୁ ୨ ଜଣ ଲେଖାଏଁ, ଜଗତସିଂହପୁର, ଝାରସୁଗୁଡା, ନବରଙ୍ଗପୁର ଏବଂ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More