ଯାଜପୁର ଜିଲ୍ଲାରେ ଆଜି ପୁଣି ୭ ପଜିଟିଭ୍ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯କୁ ବୃଦ୍ଧି

25

Get real time updates directly on you device, subscribe now.

ଯାଜପୁର ( ସଂଘର୍ଷ ମିଡିଆ ) : ଯାଜପୁର ଜିଲ୍ଲାରେ ଆଜି ପୁଣି୭ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ଦଶରଥପୁର ବ୍ଳକ ଅଞ୍ଚଳର । ସେଥିମଧ୍ୟରୁ ୨ ଜଣ କଲିକତା , ୨ ଜଣ ସୁରତ ଓ ଅନ୍ୟ ୩ ଜଣ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଜଣେ ନାବାଳିକା , ଜଣେ ମହିଳା ଓ ଅନ୍ୟ ମାନେ ପୁରୁଷ । ଏହି ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମର ଜଣେ ୧୦ ବର୍ଷର ନାବାଳିକା କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିବା ବେଳେ ଚମ୍ପେଇପାଳ ଗ୍ରାମର ଜଣେ ୨୮ ବର୍ଷ ଓ ଅନ୍ୟ ଜଣେ ୩୩ ବର୍ଷର ଯୁବକ ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More