ମାଲକାନଗିରି ଜିଲ୍ଲାର ୬ଟି ବ୍ଲକର ୧୨ଟି ଗାଁ ସହ ପୋୖରାଞ୍ଚଳର ଗୋଟିଏ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

46

Get real time updates directly on you device, subscribe now.

ମାଲକାନଗିରି(ସତ୍ୟ ନାରାୟଣ ଦାଶ)(ସଂଘର୍ଷ ନିୟୁଜ): ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଵୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜିଲ୍ଲାର ୬ଟି ବ୍ଲକର ୧୨ଟି ଗାଁ ସହ ମାଲକାନଗିରି ପୋୖରାଞ୍ଚଳର ଗୋଟିଏ ୱାର୍ଡକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କାଲିମେଳା ବ୍ଲକର କୋଇମେଟଲା ପଞ୍ଚାୟତ ର ଏମ ପିଭି ୩୩, ଟିଗଲ ପଞ୍ଚାୟତ ର ଏମଭି ୬୮, ମାଲାଭରମ ପଞ୍ଚାୟତର ଏମଭି ୮୨, ତେଲରାଇ ପଞ୍ଚାୟତର କୁଞ୍ଜଗୁଡା, ମାଥିଲି ବ୍ଲକର ନାୟକଗୁଡା ଓ ତମୁଗୁଡା, ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି, ଖଇରପୁଟ ବ୍ଲକର ଖଇରପୁଟ, ମାଝୀଗୁଡା ଓ ରାସବେଡା, ଚିତ୍ରକୋଣ୍ଡା ବ୍ଲକର ବଡପଡା ପଞ୍ଚାୟତର ଯାନବାଇ କଲୋନୀ, କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତର ବଡୁଗୁଡା ଏବଂ ମାଲକାନଗିରି ପୌରାଞ୍ଚଳ ୧୫ ନମ୍ବର ୱାର୍ଡର ରିଲ୍ଲାମେଶନ କଲୋନୀକୁ ୧୨ /୫ ତାରିଖ ସନ୍ଧ୍ୟା ୫ ଟାରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳରେ ପରିସ୍ଥିତି ଉପରେ ନଜର ରଖିବା ସହ ତଦାରଖ କରିବା ପାଇଁ ସ୍ଥାନିୟ ତହସିଲଦାର ଓ ପୋଲିସ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More