କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ଉଦୟପୁର ଗ୍ରାମର ରମାକାନ୍ତ ଷଡ଼ଙ୍ଗୀଙ୍କ କନିଷ୍ଟ ପୁତ୍ର ଶଚିତା ନନ୍ଦ ଷଡ଼ଙ୍ଗୀ (ବୟସ 38) ଦିଲ୍ଲୀର ଗୁଡୁଗାଁ ଅଞ୍ଚଳରେ ନିଜ ପରିବାର ସହିତ ରହି ନନ୍ଦ ପାୱାର ଇଲେକ୍ଟ୍ରି ପିଭିଟି ଏଲଟିଡି ଏକ କମ୍ପାନୀ ଖୋଲି ଷ୍ଟାବଲାଇଜର ଓ ଇଲେକ୍ଟ୍ରି ଟ୍ରାନ୍ସଫର୍ମ ଭଳି ଜିନିଷ ପ୍ରସ୍ତୁତ କରି ନିଜ ପରିବାର ଚଳାଇ ଆସୁଥିଲେ। ଦୃଭାଗ୍ୟରକଥା କିଛିଦିନ ତଳେ ଶଚିତାନନ୍ଧ ଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ରେ ଚିକିତ୍ସା କରାଇଥିଲେ ରିପୋର୍ଟରେ ଟାଇଫଡ ଆସିବାରୁ ଟାଇଫଡ ଔଷଧ ମଧ୍ୟ ଖାଉଥିଲେ ଧିରେଧିରେ ଶଚିତାନନ୍ଧଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଉଥରେ ମେଡିକାଲ କୁ ନେଇଥିଲେ ସେଠାରେ କରୋନା ରିପୋର୍ଟ ଆସିବାରୁ ଗୁଡୁଗାଁର ପଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତା 23.4.2021 ରିଖ ଶୁକ୍ରବାର ଦିନ ପଲ ହସ୍ପିଟାଲରେ ଶଚିତାନନ୍ଧ ଙ୍କ କରୋନାରେ ମୃତ୍ୟୁ ହୋଇଛି। ଶଚିତାନନ୍ଧ ମୃତ୍ୟୁ ଖବରପାଇ ଶଚିତାନନ୍ଧଙ୍କ ସ୍ତ୍ରୀ ଓ 10 ବର୍ଷର ଝିଅ, 6 ବର୍ଷର କୁନି ପୁଅଙ୍କ ସମେତ ଗାଁରେ ଥିବା ଶଚିତାନନ୍ଧଙ୍କ ବୃଦ୍ଧା ମାଆ ଓ ବପା ଭାଙ୍ଗି ପଡିଛନ୍ତି। ଶଚିତାନନ୍ଧଙ୍କ ସମ୍ପର୍କୀୟ ତଥା ସାମ୍ବାଦିକ ମୁରଲୀ ଧର ଚଉଧୁରି ଅନ୍ୟମାନଙ୍କୁ କହିଛନ୍ତି ଏହି ଦିତୀୟ ଲହରୀ କରନାକୁ ପ୍ରତିରୋଧ କରିବା ପାଇଁ ନିଜେ ନିଜକୁ ସଚେତନ ହୁଅନ୍ତୁ। ନିଜେ ବଞ୍ଚନ୍ତୁ ଓ ଅନ୍ୟମାନଙ୍କୁ ବଞ୍ଚାନ୍ତୁ।
(ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)
Get real time updates directly on you device, subscribe now.