ରାଉରକେଲା (ସଂଘର୍ଷ ମିଡିଆ ) : ଫର୍ଟିଲାଇଜର ଟାଉନସିପ୍ ଅଞ୍ଚଳ ତଥା ସୁନ୍ଦରଗଡ ବାସିନ୍ଦାମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ ଅକ୍ସିଜେନ ଓ ଭେଣ୍ଟିଲେଟର ଯୁକ୍ତ ୫୦୦ ଶଯ୍ୟା ବିଶିଷ୍ଟ କୋଭିତ୍ ହସ୍ପିଟାଲକୁ ଆଜି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭଷ୍ଟ୍ରିଆଲ ମୋଡରେ ଲୋକାର୍ପଣ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଯଥା ଅକ୍ସିଜେନ ପ୍ଲାଣ୍ଟ ପାଖରେ କୋଭିତ୍ ହସ୍ପିଟାଲ ନିର୍ମାଣ ପାଇଁ ଆହ୍ବାନ ଦେଇଥିଲେ l ତାହା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ସାଂସଦ ଜୁଏଲ ଓରାମ, ଆରଏସ୍ପି ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆରଏସ୍ପି ମଧ୍ୟରେ ଥିବା ଅକ୍ସିଜେନ ପ୍ଲାଣ୍ଟ ନିକଟରେ କୋଭିତ୍ ହସ୍ପିଟାଲ ନିର୍ମାଣ କରିଥିବାରୁ ରାଉରକେଲାବାସୀଙ୍କ ତରଫରୁ ଧନ୍ୟବାଦ ଦିଆଯାଇଛି । ଆରଏସପି ଏହି ଲୋକାର୍ପଣ ଉତ୍ସବ ଆୟୋଜନ କରିଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ସାଂସଦ ଜୁଏଲ ଓରାମ, ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ସମସ୍ତ ବିଧାୟକ, ଜିଲ୍ଲାପାଳ, ସେଲ୍ ଅଧ୍ୟକ୍ଷା,ଆର୍ଏସ୍ପି ସିଇଓ, ଓ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଭାଜପା ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ନଏହାସହିତ ଆରଏସ୍ପି କୋଭିତ୍ ସମୟରେ ଆଟିପିସିଆର୍ ଟେଷ୍ଟ ତୁରନ୍ତ ଆରମ୍ଭ କରିବା, ସାରା ଭାରତରେ ୧୮ ହଜାର ଟନ୍ ଲିକୁଇଡ୍ ଅକ୍ସିଜେନ ଯୋଗାଇ ଦେବା, ସୁପର ସ୍ପେସିଆଲିଟି ହସ୍ପିଟାଲକୁ କୋଭିତ୍ ହସ୍ପିଟାଲରେ ପରିଣତ କରି ସେବା ଯୋଗାଇ ଦେବା, ୭୫ ହଜାର ଲୋକଙ୍କୁ ଟୀକାକରଣ କରିବା,ସୁନ୍ଦରଗଡ ଜିଲ୍ଲାର ଜନସଂଖ୍ୟାକୁ ଦେଖି ଏଠାରେ ଥିବା ପିଏସ୍ୟୁମାନେ ୨୫ ପ୍ରତିଶତ ଟୀକା ଯୋଗାଇ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। ଫର୍ଟିଲାଇଜର ଠାରେ ନିର୍ମିତ ହୋଇଥିବା କୋଭିତ୍ ହସ୍ପିଟାଲ ଭବିଷ୍ୟତରେ ଦକ୍ଷିଣ ରାଉରକେଲା ବାସିନ୍ଦାମାନଙ୍କୁ ବିଭିନ୍ନ ପ୍ରକାରର ସାସ୍ଥ୍ୟସେବା ଯୋଗାଇ ଦେବ ବୋଲି ସେଲ୍ ଅଧ୍ୟକ୍ଷା ସୋମା ମଣ୍ଡଳ ପ୍ରକାଶ କରିଥିବାରୁ ସମସ୍ତ ବିଧାୟକ, ଜିଲ୍ଲା ପ୍ରଶାସନ ଏବଂ ସେଲ୍ କର୍ତ୍ତୃପକ୍ଷଙ୍କୁ ଭାରତୀୟ ଜନତା ପାଟି ସୁନ୍ଦରଗଡ ଜିଲ୍ଲା, ପାନପୋଷ ସାଙ୍ଗଠନିକ ଜିଲ୍ଲା ଓ ବଣେଇଁ ସାଙ୍ଗଠନିକ ଜିଲ୍ଲା ତରଫରୁ ଧନ୍ୟବାଦ ଜଣାଯାଇଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ତଥା ସୁନ୍ଦରଗଡ ଜିଲ୍ଲା ମିଡ଼ିଆ ପ୍ରମୁଖ ଧିରେନ ସେନାପତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ହରପ୍ରିୟା ଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ ।