ପୁରୀ (ସଂଘର୍ଷ ମିଡିଆ ) : ପୁରୀ ପୌରାଞ୍ଚଳରେ ସାପ୍ତାହିକ ସଟଡାଉନ ଜାରି ରହିଛି । ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଗତ ସପ୍ତାହ ଠାରୁ ପ୍ରତି ଶନିବାର ଓ ରବିବାର ସଟଡାଉନ ଆରମ୍ଭ ହୋଇଛି । ସଟଡାଉନ ପାଇଁ ପୁରୀ ସହରର ଜୀବନଯାତ୍ରା ଠପ ହୋଇଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି ।ଅନ୍ୟପଟେ ପୂର୍ବ ନିଷ୍ପତି ଅନୁଯାଇ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଟଡାଉନ ଓ ଶ୍ରୀମନ୍ଦିର ବନ୍ଦ ରହିଥିବା ଜଣାପଡିଛି ।