ପୁରୀ ପୋଲିସ ପକ୍ଷରୁ ମୋଟର ବାଇକ ପାଟ୍ରୋଲିଂ ସେବା ଶୁଭାରମ୍ଭ

47

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : କୋଭିଡ- ୧୯ର ଦ୍ବିତୀୟ ଲହରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା ହୋଇଥିବା ବେଳେ ପୁରୀ ସହର ଅଞ୍ଚଳର ମୋଟର ବାଇକ ପାଟ୍ରୋଲିଂ ଦ୍ୱାରା ଲକଡାଉନ ଗାଇଡଲାଇନକୁ କାର୍ଯ୍ୟକାରୀ କରିବା ପାଇଁ ଏହି ପଦକ୍ଷେପ ପୁରୀ ପୋଲିସ ଦ୍ୱାରା ଆରମ୍ଭ କରାଯାଇଛି । ସଂକୀର୍ଣ୍ଣ ରାସ୍ତା ଏବଂ ବିଭିନ୍ନ ସାହି ମାନଙ୍କ ଗଳି କ୍ଷେତ୍ର ରେ ଯେଉଁଠାରେ ଚାରି ଚକିଆ PCR ଗାଡ଼ି ଯିବା ବେଶ କଷ୍ଟକର, ସେହି ଅଞ୍ଚଳ ରେ ମୋଟର ବାଇକ PCR ଦ୍ୱାରା ପାଟ୍ରୋଲିଂ ହେବ | ପୁରୀ ସହର ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ ସୁନିଶ୍ଚିତ କରିବା ପାଇଁ ପୁରୀ ପୋଲିସ୍ ଦ୍ୱାରା ଏହିପରି ମୋଟର ବାଇକ ପାଟ୍ରୋଲିଂ କୁ ନୂତନ ଭାବରେ ଆରମ୍ଭ କରାଯାଇଛି | ସେହି ମୋଟର ବାଇକ ରେ ଯାଉଥିବା ପୋଲିସ କର୍ମଚାରୀ ପାଟ୍ରୋଲିଂ ପାର୍ଟି ଭିଏଚଏଫ୍ ସିଷ୍ଟମ ମାଧ୍ୟମରେ ପୁରୀ ପୋଲିସର କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିପାରିବେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More