ପୁଣି ଏକ ସାମ୍ବାଦିକଙ୍କ ଜୀବନ ନେଲା ମହାମାରୀ କରୋନା

50

Get real time updates directly on you device, subscribe now.

ଗଞ୍ଜାମ( ସଂଘର୍ଷ ମିଡିଆ ) :- ଦେଶ ଓ ରାଜ୍ୟ ଆଜି କରୋନା ସହ ଯୁଦ୍ଧ କରୁଥିବା ବେଳେ ସେଥି ମଧ୍ୟରୁ ଲୋକଙ୍କୁ ସଚେତନତା କରାଇବାରେ ପଛଘୁଞ୍ଚା ଦେଉନାହାନ୍ତି ସାମ୍ବାଦିକ । ପ୍ରତ୍ୟକଟି ମୁହୂର୍ତ୍ତରେ ଲୋକଙ୍କୁ ସଚେତନତା କରାଇବା ସହ ଟିକିନିିଖ୍ ଖବର ଦେବାରେ ଆଗଧାଡିରେ ସାମ୍ବାଦିକ । ହେଲେ ଏଇ ମାରାତ୍ମକ ଭାଇରସ୍ ର ପଞ୍ଝାରେ ପଡିଗଲେ ଯୁବ ସାମ୍ବାଦିକ । ନିଜେ ଟିକ୍ ନିକ୍ ଖବର ଦେବାରେ ସଚେତନତା କରୁ କରୁ ଆଜି ନିଜେ ଖବର ପାଲଟି ଯାଇଛନ୍ତି । କରୋନା ଯୁଦ୍ଧରେ ହାରିଗଲେ ସାମ୍ୱାଦିକ ଗୋବିନ୍ଦ ବେହେରା । ନ୍ୟୁଜ୍ 6 କୁକୁଡ଼ାଖଣ୍ଡି ବ୍ଲକ୍ ପ୍ରତିନିଧି ଗୋବିନ୍ଦ ବେହେରାଙ୍କ ଆଜି କୋରୋନାରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ପଚିଶି ବର୍ଷ ହୋଇଥିଲା । ଗତ କିଛିଦିନ ହବ ସେ କରୋନା ରେ ଆକ୍ରାନ୍ତ ଥିଲେ । ହସ୍ପିଟାଲ୍ ରେ ଚିକିତ୍ସା ଦିନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି । ମହାମାରୀ କରୋନା ବର୍ତ୍ତମାନ ପରିସ୍ଥିତିରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି କରିବାରେ ଲାଗିଛି । ଗତ ତିନି ଦିନରେ କରୋନାରେ ଗଲାଣି ଗଞ୍ଜାମ ଜିଲ୍ଲାର ଚାରି ଜଣ କାର୍ଯ୍ୟରତ ସାମ୍ୱାଦିକଙ୍କ ଜୀବନ । ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଚିକିଟି ଓ କୁକୁଡାଖଣ୍ଡି ବ୍ଲକର ଦୁଇ ଜଣ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ମନୋଜ କୁମାର ସାହୁ ଓ ଗୋବିନ୍ଦ ବେହେରା ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଛି । ଚିକିଟିର ନୀତିଦିନ ଖବର କାଗଜର ସାମ୍ବାଦିକ ମନୋଜ ଗତ ଦୁଇ ଦିନ ତଳେ ଅକ୍ସିଜେନ୍ କମ୍ ରହିଥିବା ଯୋଗୁଁ ବ୍ରହ୍ମପୁର ଏମ୍.କେ.ସି.ଜି ର କୋଭିଡ ହସପିଟାଲରେ ଭର୍ତ୍ତୀ ହୋଇଥିବା ବେଳେ ଗୋବିନ୍ଦ ବେହେରା ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । କୋରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଏହି ଦୁଇ ଯୋଦ୍ଧା କୋରୋନା ଯୁଦ୍ଧରେ ହାରିଯାଇଛନ୍ତି | ସେହିପରି ଗତ ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକର ବରିଷ୍ଠ ସାମ୍ୱାଦିକ କରୁଣାକର ସାହୁ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ଭର୍ତ୍ତୀ କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଓଡିଶା ଫାଇଲସ ୱେବ ମିଡିଆର ସମ୍ପାଦକ ନରେଶ ବେହେରା ଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ବେଳେ ସେ ଛତ୍ରପୁର ଅଞ୍ଚଳର ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ର ଦ୍ୱିତୀୟ ଲହରୀ ଦିନକୁ ଦିନ ବହୁ ମାତ୍ରାରେ ସଂଙ୍କ୍ରମିତ ହେଉଥିବା ବେଳେ ଆଗଧାଡିରେ କାର୍ଯ୍ୟ କରିଆସୁଥିବା ଗଣମାଧ୍ୟମ ପ୍ରତିନିଧି ଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More