ନାଉଗାଁ(ସଂଘର୍ଷ ମିଡିଆ ) : – କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ରାଜ୍ଯ ସରକାର ସାରା ରାଜ୍ୟକୁ ଆଜି ଠାରୁ ୧୪ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି।କେବେଳ ଅତ୍ୟାବଶ୍ୟକୀୟ ସମାଗ୍ରୀ ଗ୍ରୋସରୀ, ମାଛ ମାଂସ ପନିପରିବା ଦୋକାନ ସକାଳ ୬ ଟା ଠାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ରହିଅଛି । ତା ସହିତ ଗାଡ଼ି ମଟର ସାଇକେଲ ନ ଆଣି ଚାଲି ଚାଲି ଆସିବା ପାଇଁ ରାଜ୍ଯ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଦୁଃଖର ବିଷୟ ଆଜି ନାଉଗାଁ ବଜାରରେ ଲକ ଡାଉନ ର କିଛ଼ି ପ୍ରଭାବ ପଡି ନଥିବା ଦେଖିବାକୁ ମିଳୁଛି। ଲୋକ ମାନେ ବଜାର ଘାଟରେ ବିନା କାରଣରେ ବୁଲାବୁଲି କରୁଥିବା ପରିଳକ୍ଷିତ ହେଉଛି। ସବୁଠାରୁ ବଡ଼ କଥା ହେଉଛି ପୁଲିସ ପ୍ରଶାସନ କି ବ୍ଲକ ପ୍ରଶାସନ କାହାର ଦେଖା ମିଳୁ ନାହିଁ। ବିଶେଷ କରି ମାକ୍ସ ଓ ସାମାଜିକ ଦୂରତା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି। ନାଉଗାଁ ରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।