ନରସିଂହପୁର ତନ୍ତ ସମବାୟ ସମିତିର ବୁଣାକାର କାରିଗରଙ୍କ ଉପରେ କରୋନା ମାଡ!

47

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ ) : ରାଜ୍ୟସରକାର ଶହେରୁ ଉର୍ଦ୍ଧ୍ବ ଯୋଜନା ପରେ ଯୋଜନା କରି ଚାଲୁ ଥିଲା ବେଳେ ଶ୍ରମିକ ମାନେ ଏଠି କୋଭିଡି 19 ମହାମାରୀର ଯେଉଁ ଦ୍ଵିତୀୟ ଲହରୀ ଆସିଛି ସରକାର କାମ ଯୋଗାଇଦେବା କଥା ମାତ୍ର ଏଠି ଶ୍ରମିକ ମାନେ କାମ ପାଉନାହାନ୍ତି। ତାହା ଆଜି ଦେଖିବାକୁ ମିଳିଛି ନରସିଂହପୁର ବ୍ଲକ ଅଢେଇଗୁଣ୍ଡି ତନ୍ତୁସମବାୟ ସମିତିର କାରିଗରଙ୍କ ଉପରେ ଦାଉ ସାଜିଛି କରୋନା ରୋଗ । କୋଭିଡ ସଂକ୍ରମଣର ଲକଡାଉନ କଟକଣା ଯୋଗୁ ଷାଠିଏରୁ ଉର୍ଦ୍ଧ ପରିବାର ନିଜର ଜୀବନ ଜୀବିକା ହରାଇ ଆଜି ତନ୍ତୁ ସମବାୟ ସମିତି କାଯ୍ୟଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରତେକ ପରିବାର ତନ୍ତ ସାହାଯ୍ୟରେ ବିଭିନ୍ନ ଶାଢ଼ୀ, ଧୋତି, ଗାମୁଛା. ଲୁଙ୍ଗି ଆଦି ବୁଣି ପ୍ରତିଦିନ ଦୁଇଶହରୁ ତିନିଶହ ଟଙ୍କା ରୋଜଗାର କରିଥାନ୍ତି । ଏହି ତନ୍ତ ବୁଣା କାର୍ଯ୍ୟରେ ସମସ୍ତ ସଦସ୍ୟ ନିୟୋଜିତ ହୋଇ ଯେଉଁ ଦୁଇପଇସା ମିଳେ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି । କୋଭିଡ କଟକଣା ଯୋଗୁ ବଜ଼ାର ବନ୍ଦ ରହୁଥିବାରୁ ବୁଣାକାର ମାନଙ୍କ ସରଞ୍ଜାମ ସୁତା ଏବଂ ବିଭିନ୍ନ ରଙ୍ଗ କଞ୍ଚାମାଲ ସରଞ୍ଜାମ ମିଳିବା ସମ୍ଭବ ହେଉନାହିଁ । ସେମାନଙ୍କ ଦ୍ଵାରା ନିଜର ହାତ ତିଆରି ବସ୍ତ୍ର ଗୁଡିକ ବଜ଼ାର ରେ ବିକ୍ରି ହୋଇନପାରି ପଡିରହୁଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ କଷ୍ଟ ସାଧ୍ୟ୍ୟ ହୋଇପଡୁଛି । ପୂର୍ବ ପୁରୁଷ ଅମଳରୁ ଏହି କାର୍ଯ୍ୟ କରି ପରିବାର ଚଳାଇ ଆସୁଥିବା ବେଳେ ଯଦି ଏପରି ଅବସ୍ଥା ଆଗକୁ ହୁଏ ସେମାନଙ୍କ ପରିବାର ଦୃଦିନରେ ଜୀବନ ଅତିବାହିତ କରିବେ ବୋଲି ବୁଣାକାର କହିଛନ୍ତି । ଏ ବିଷୟରେ ଆମେ ସେକ୍ରେଟେ ରି ସତ୍ୟ ନାରାୟଣ ବେହେରାଙ୍କୁ ପଚାରି ଥିଲୁ ସେ ମଧ୍ୟା କହିଛନ୍ତି ବିକ୍ରି ନାହି ପଇସା ଆସିଲେ ତାଙ୍କର ବାକି ପଇସା ଦିଆହେବ ବୋଲି ସୂଚନା ଦେଇଛନ୍ତି ।ନରସିଂହପୁର ସଂଜୟ ପଟ୍ଟନାୟକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More