ଦେଶରେ ଗତ ୨୪ ଘଣ୍ଟାରେ ୨୭୩ ମୃତ, ୯୮୫୧ ନୂଆ ସଂକ୍ରମିତ ଚିହ୍ନଟ

49

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭାରତରେ ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶର ସ୍ଥିତି ଧିରେ ଧିରେ ଜଟିଳ ଆଡକୁ ଗତି କରୁଛି । କାରଣ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯ ହଜାର ୮୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗୋଟିଏ ଦିନରେ ସର୍ବାଧିକ ଅଟେ । ଏଥି ସହ ଦେଶରେ ଗତ ୨୪ ଘଣ୍ଟାରେ ୨୭୩ ଟି କରୋନା ଜନିତ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More