ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୪୮.୩୬%କୁ ବୃଦ୍ଧି

47

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୪୮.୩୬%କୁ କୁ ବୃଦ୍ଧି ପାଇଛି। ଏଯାବତ ଦେଶରେ ୧ ଲକ୍ଷ ୧୯ ହଜାର ୨୯୩ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୨୨୦ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୨ ହଜାର ୬୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଙ୍କ ୪୬ ଲକ୍ଷ ୬୬ ହଜାର ୩୮୬ଟି ନମୁନାର ପରୀକ୍ଷା କରାଯାଇ ସାରିଲାଣି। ଆଇସିଏମ୍‍ଆର୍‍ ନମୁନା ପରୀକ୍ଷା ପାଇଁ ନୂଆ ନୂଆ ପରୀକ୍ଷାଗାର ଗୁଡ଼ିକୁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି। ଦେଶରେ ୭୫୯ଟି ପରୀକ୍ଷାଗାରରେ କୋଭିଡ୍‍-୧୯ ନମୁନା ପରୀକ୍ଷା କରାଯାଉଛି, ଯାହା ମଧ୍ୟରେ ୫୩୧ଟି ସରକାରୀ ପରୀକ୍ଷାଗାର ଓ ୨୨୮ଟି ବେସରକାରୀ ପରୀକ୍ଷାଗାର ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More