ନୂଆଦିଲ୍ଲୀ ( ଏଜେନ୍ସି ) : ଦିଲ୍ଲୀ ମେଟ୍ରୋ ରେଳ ନିଗମର ପ୍ରାୟ ୨୦ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେମାନଙ୍କୁ ଚିକିତ୍ସା କରାଯାଉଛି। ସେମାନେ ଏବେ ସୁସ୍ଥ ଥିବା ଡିଏମଆରସି ଅଧିକାରୀ କହିଛନ୍ତି। ଏକ ବିବୃତ୍ତିରେ ଡିଏମଆରସି କହିଛି, “ଦେଶର ଅନ୍ୟମାନଙ୍କ ସହିତ ଡିଏମଆରସି ମଧ୍ୟ କୋଭିଡ-୧୯ ବିରୋଧରେ ଲଢେଇ କରୁଛି। ମେଟ୍ରୋ ବ୍ୟବସ୍ଥାକୁ ସଚଳ ରଖିବା ପାଇଁ ଦିଲ୍ଲୀ ମେଟ୍ରୋ କର୍ମଚାରୀମାନେ ନିଜ ସାହସ ପ୍ରଦର୍ଶନ କରିଛନ୍ତି।”