ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲାରେ କୋଭିଡ ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି । ଆଜି କୋଭିଡ ଅନୁଧ୍ୟାନ କରି କେନ୍ଦ୍ରୀୟ ଟିମ ଜିଲ୍ଲା ପରିଦର୍ଶନ ରେ ଆସି ଟୀକାକରଣ ଓ ଟେଷ୍ଟିଂ ତଥା କୋଭିଡ ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ କରି ଏହା କହିଛନ୍ତି । ଜିଲ୍ଲା ରେ ଗତ କିଛିଦିନ ହେବ ସଂକ୍ରମଣ ହାର ପାଞ୍ଚ ପ୍ରତିଶତ ରୁ ଅଧିକ ରହୁଥିବା ବେଳେ ଦୈନିକ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଜିଲ୍ଲା ରେ ଅଧିକ ସଂଖ୍ୟକ ଟେଷ୍ଟିଂ କରାଯାଉଥିବାରୁ ଏହି ସଂଖ୍ୟା ବଢୁଛି । ଏଥିସହିତ ଆର୍ଟିପିସିଆର ଟେଷ୍ଟିଂ ପାଇଁ ଭୁବନେଶ୍ବର ପଠା ଯାଉଥିବାରୁ ତୁରନ୍ତ ପଜେଟିଭ ଆକ୍ରାନ୍ତ ଚିହ୍ନଟ ହେବାରେ ବିଳମ୍ବ ହେଉଥିବା କୁହାଯାଇଛି । ବର୍ତ୍ତମାନ ଉଭୟ 18 ରୁ ଉର୍ଦ୍ଧ୍ବ ଓ 45 ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କୁ ଟୀକାକରଣ କରାଯାଉଛି । ଏହି ଟିମ ଟୀକା କରଣ କେନ୍ଦ୍ର ବୁଲି ଦେଖିବା ସହିତ ଅଧିକ ମାତ୍ରାରେ ଟୀକାକରଣ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ରେ ପାରାଦ୍ୱୀପ ରେ ଏକ ମାତ୍ର କୋଭିଡ ହସ୍ପିଟାଲ ରହିଥିବା ରୁ ସେଠାରେ ଡାକ୍ତର ଙ୍କ ଅଭାବ ରହିଛି । ତେଣୁ କୋଭିଡ ହସ୍ପିଟାଲରେ ଏକ ସ୍ପେଶାଲିଷ୍ଟ ଡାକ୍ତର ନିଯୁକ୍ତି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି କେନ୍ଦ୍ରୀୟ ଟିମକୁ କହିଛନ୍ତି । ତେବେ ଜିଲ୍ଲା ରେ କୋଭିଡ ମହାମାରୀ କୁ ନିୟନ୍ତ୍ରଣ ରେ ଆଣିବା ପାଇଁ ସରକାର ଙ୍କ ଯାହା ନିୟମ ରହିଛି ତାହା ପାଳନ କରିବାକୁ କହିଥିବା ବେଳେ ଏବେ ସଂକ୍ରମଣ ହାର କମୁ ଥିବାର ଏହି ଟିମ କହିଛନ୍ତି । ଏଥି ସହିତ ଜିଲ୍ଲା ରେ କୋଭିଡ ପରିଚାଳନା ସନ୍ତୋଷ ଜନକ ବୋଲି ଟିମର ମୁଖ୍ୟ ଶିବାନୀ ଦତ୍ତ ପ୍ରକାଶ କରିଛନ୍ତି । ପରେ ଏହି ଟିମ ପାରାଦ୍ୱୀପ କୋଭିଡ ହସ୍ପିଟାଲ ପରିଦର୍ଶନରେ ଯାଇଛନ୍ତି । ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।