କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଗୋବିନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଟୀକାକରଣ କରାଯାଉଛି। ଦିନକୁ 100 ରୁ 110 ଡୋଜ ଟୀକାକରଣ କରାଯିବାର ବ୍ୟବସ୍ଥା କରାଯାଇଥିବାରୁ ଲୋକେ ଅସନ୍ତୁଷ୍ଟ। ଆଖପାଖ ଅଞ୍ଚଳର ଚାରି ପାଞ୍ଚୋଟି ପଂଚାୟତର 45 ବର୍ଷରୁ 60ବର୍ଷ ମଧ୍ୟରେ ଲୋକେ ଟୀକାକରଣ ପାଇଁ ଆସୁଛନ୍ତି।ଲୋକଙ୍କ ଅନୁରୋଧ ପ୍ରଶାସନ ପ୍ରତ୍ୟେକ ଦିନ ଅଧିକ ପରିମାଣର କୋଭିଡ ଟୀକା ଡୋଜ ବଢ଼ାଗଲେ ଲୋକେ ଉପକୃତ ହୋଇପରନ୍ତେ। ଆମ ସଂଘର୍ଷ news ପ୍ରତିନିଧି ଲୋକାଙ୍କି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ପାଇଁ ସଚେତନ କରିଥିଲେ। ଟୀକାକରଣ କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଆମ ପ୍ରତିନିଧି କହିଥିଲେ। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।