ରାଜଗାଙ୍ଗପୁର (ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁରରେ ଅମାନିଆଙ୍କ ଲାଗି କରୋନା ବ୍ୟାପୁଥିବା ଜଣାପଡୁଛି । କିଛି ଲୋକେ ଅଯଥା ଲକଡାଉନ ପରିସ୍ଥିତିକୁ ବେଖାତିର କରି ବୁଲୁଥିବା ବେଳେ ସେମାନେ ପୋଲିସ ହାବୁଡ଼ରେ ପଡିଛନ୍ତି । ପୋଲିସ ମାସ୍କ, ହେଲମେଟ, ସାମାଜିକ ଦୂରତା ଲାଗି ସଚେତନା କରିଆସୁଥିଲେ ମଧ୍ୟ୍ୟ ନିୟମ କୁ ଅଣଦେଖା କରାଯାଉଛି । ଏମାନଂକୁ ପୋଲିସ ଅଟକେଇ ଜରିମାନା କରିଥିବା ଜଣାଯାଇଛି । ସେହିପରି ନଗରପାଳିକା ଅଧିନସ୍ତ ସାପ୍ତାହିକ ମାର୍କେଟ ସପ୍ତାହରେ ଦୁଇ ଦିନ ପାଇଁ ଖୋଲାଯିବ । ଯଦି ଜନସାଧାରଣ ନିଜେ ସଚେତନ ହେବେ ହେଲେ କରୋନା ନିଶ୍ଚୟ ଦୂରେଇଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି । ରାଜଗାଙ୍ଗପୁର ରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।